କୋଟିଏ ଗଣ ର ଗଣ ଧାରୀ ତୁମେ
ଆହେ ଦେବ ସୁତ ଗଣେଶ,
ତୋମ ପାଦ ପଦ୍ମେ ଭୁବନ ଭାଳେଣି
ରକ୍ଷା କର ଦେଇ ଆଶିଷ ।।
ଅଙ୍ଗ ମଳୁଖ ରୁ ଗଢ଼ା ତୋମ ଦେହ
ଅଧା ଗଜ ରୂପ ଧାରୀ,
ତୁମ କରୁଣାର ଲାଘବ ରେ ଅନ୍ଧ
ପରାବାର କରେ ପାରି ।।
ତ୍ରିଲୋଚନ ପୁତ ଚାରିଭୁଜ ଧାରୀ
କୋଟି ସୂର୍ଯ୍ୟ ତୋମ ଜ୍ୟୋତି,
ଅଜ୍ଞାନ ପ୍ରଦୀପେ ଜ୍ଞାନ ଭରି ଦେଇ
ଚଉ ଦିଗେ କର ଖ୍ୟାତି ।।
ଜଗତ ର ସ୍ରଷ୍ଟା ଆହେ ବିନାୟକ
କେବେ ତୁମେ ବିଘ୍ନ ହର୍ତ୍ତା,
ପ୍ରାଣୀ ଙ୍କ କଲ୍ୟାଣେ ସଭିଙ୍କ କଣ୍ଠ ରେ
ଭରି ଦିଅ ମିଠା ବାର୍ତ୍ତା ।।
ବିଶ୍ୱ ର ବ୍ୟାକୁଳ ଶୁଣି ପାର ବୋଲି
ତେଣୁ ତୋମେ ଗଜ କର୍ଣ,
ତୋମ ଗୁଣ ଗାନ ଅସରନ୍ତି ଅଟେ
ନାହିଁ ମୋ ପାଖରେ ବର୍ଣ୍ଣ ।।
ଜିତେନ୍ ସିଂ
ମୟୁରଭଞ୍ଜ (ତୋଟା ପଡା )


0 Comments